ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ସୂଚନା ଦେଲା ଏମ୍ସ

ଭୁବନେଶ୍ୱର, ୦୩/୦୩: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଲା ଭୁବନେଶ୍ୱର ଏମ୍ସ। ମିଳିଥିବା ସୂଚନା ମୁତାବକ, ମନ୍ତ୍ରୀ ସୁରେଶ ପୂଜାରୀ ଆଜି ତାଙ୍କ ବାସଭବନରେ ଥିବା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ପରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ପଷ୍ଟ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ।