ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ୱର

ଉଭୟ ନବୀନ ଓ ଭକ୍ତ ଦାସଙ୍କ ଉପସ୍ଥିତିରେ‌ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର, ୦୫/୦୩: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଡା. ଦତ୍ତେଶ୍ବର ହୋତା। କମନ୍‌ କ୍ୟାଣ୍ଡିଡେଟ୍‌ ଭାବେ ନାମାଙ୍କନ ଭରିଲେ ଡା. ହୋତା। କଂଗ୍ରେସ ଓ ବିଜେଡି ସମର୍ଥନରେ ନାମାଙ୍କନ ଭରିଲେ ଦତ୍ତେଶ୍ବର। ଏଥି ସହ ବିଜେଡ଼ି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ମଧ୍ୟ ନାମାଙ୍କନ ଭରିଛନ୍ତି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କ ମିଳିତ ଉପସ୍ଥିତିରେ ଉଭୟ ନାମାଙ୍କନ ଭରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ।

ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ସଂତୃପ୍ତ ଓ ଦତ୍ତେଶ୍ବର ନିଶ୍ଚିତ ଜିତିବେ କହିଲେ ନବୀନ। ବିଜେଡି ଓ କଂଗ୍ରେସ ମେଣ୍ଟ ପ୍ରଶ୍ନରେ ସମଦୂରତା କଥା ଦୋହରାଇଲେ। ସମୟ କହିବ ଭବିଷ୍ୟତ କ’ଣ ହେବ ବୋଲି କହିଛନ୍ତି।

ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟାରେ କହିଛନ୍ତି, ଆମ ୩ଟି ଦଳର ସମର୍ଥନରେ ଡା. ଦତ୍ତେଶ୍ବର ହୋତା ପ୍ରାର୍ଥୀ ହୋଇଛନ୍ତି। ସମାଜବାଦୀ ଓ ସମଭାବାପନ୍ନଙ୍କୁ ଏକାଠି ପାଇଁ ନବୀନ ଆହ୍ବାନ ଦେଇଥିଲେ। ତେଣୁ ଏକାଠି ହେବା ଐତିହାସିକ ପଦକ୍ଷେପ।