ଅହମଦାବାଦ, ୦୮/୦୩: ଆଇସିସି ପୁରୁଷ ଟି-୨୦ ଫାଇନାଲ୍ ମ୍ୟାଚ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି। ଏହା ଏକ ରୋମାଞ୍ଚକର ମ୍ୟାଚ୍ ହୋଇଛି। ଟସ୍ ଜିତି ନ୍ୟୁଜିଲାଣ୍ଡ କ୍ୟାପଟେନ୍ ମିଚେଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ଦମଦାର ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନ୍ର ଟାର୍ଗେଟ ରଖିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୫୫/୫ କରିଛି। ତେବେ ଭାରତର ଦମଦାର ଇନିଂସ୍ ବଳରେ ଆଗୁଆ ରହିଥିବା ବେଳେ ଖବର ଲେଖାଯିବା ବେଳକୁ ନ୍ୟୁଜିଲାଣ୍ଡ ୧୨୮ ରନ୍ କରିପାରିଛି। ନ୍ୟୁଜିଲାଣ୍ଡର ପ୍ରଦର୍ଶନ ବହୁତ ନିରାଶାଜନକ ରହିଛି। ଶେଷ ଅପଡେଟ୍ ଅନୁଯାୟୀ, ମିଚେଲ ଷ୍ଟାଣ୍ଟର ଓ ଜେମ୍ସ ନିଶାମ ୧୨୮/୬ କରିଛନ୍ତି। ନ୍ୟୁଜିଲାଣ୍ଡକୁ ଏବେ ୭ ଓଭରରେ ୧୨୮ ରନ୍ ହାସଲ କରିବାକୁ ପଡ଼ିବ।