ଦୁବାଇ, ୧୧/୦୩: ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣ ପରେ ରକ୍ତମୁଖା ହୋଇପଡିଛି ଇରାନ୍। ପୁଣି ଥରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ। ଏହି ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ଦୁବାଇ ମିଡିଆ ଅଫିସ୍ ଏକ୍ସରେ କହିଛି, ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ବାରା ଖସା ଯାଇଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି। ୨ ବାଂଲାଦେଶୀ ଓ ଜଣେ ଘାନା ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଡ୍ରୋନ୍ ଆଟାକ୍ ସତ୍ତ୍ବେ ସ୍ୱାଭାବିକ ଭାବରେ ଚାଲିଛି ବିମାନ ଚଳାଚଳ।
Next Post