ଭୁବନେଶ୍ୱର, ୧୨/୦୩: ପୁଣି ବୋମା ଆତଙ୍କ। ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ। ଇମେଲ୍ ଯୋଗେ କେହି ଦୁର୍ବୃତ୍ତ ଦେଇଛି ଧମକ। ବୋମା ଧମକ ମିଳିବା ପରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡକୁ ନାୟୋଜିତ କରି ଖାନତଲାସୀ ଆରମ୍ଭ କରାଯାଇଛି। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।