କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା

ଡାକ୍ତରଖାନା ଛାଡି ଘରୋଇ କ୍ଲିନିକ ମୁହାଁ ବିଶେଷଜ୍ଞ

ବଲାଙ୍ଗୀର, ୧୩/୦୩: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଭିତରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଏହାରି ଭିତରେ ବିଶେଷଜ୍ଞ ଡାକ୍ତର ମାନେ ମେଡ଼ିକାଲ କ୍ୟାମ୍ପସ ଛାଡି ଘରୋଇ କ୍ଲିନିକ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।

କଣ୍ଟାବାଞ୍ଜି ସହରର ୧୬ ଟି ୱାର୍ଡ ସମେତ ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବହଲ ଓ ବଙ୍ଗୋମୁଣ୍ଡା ଅଞ୍ଚଳର ରୋଗୀ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ ଅଛନ୍ତି । କଣ୍ଟାବାଞ୍ଜି ମେଡ଼ିକାଲରେ ଅନେକ ଦିନ ହେଲା ଡାକ୍ତର ମାନେ ଠିକ ଭାବେ ନିଜ ଦାୟିତ୍ୱ ନେଉ ନଥିବା ଘଟଣା ଚର୍ଚ୍ଚା ହେଉଛି । ମେଡ଼ିକାଲରେ ଥିବା ବିଶେଷଜ୍ଞ ଡାକ୍ତର ମାନେ ସହରର ଅନେକ ସ୍ଥାନରେ ଘରୋଇ କ୍ଲିନିକ ରେ ନିଜ ସମୟ ଦେଇ ରୋଗୀ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।

ମେଡ଼ିକାଲ ରୁ ୫ ସହ ମିଟର ମଧ୍ୟରେ ଥିବା ୩ଟି ଘରୋଇ କ୍ଲିନିକରେ ସରକାରୀ ମେଡ଼ିକାଲରେ କାର୍ଯ୍ୟରତ ଥିବା ୩ଟି ବିଶେଷଜ୍ଞ ଡାକ୍ତର ଡିଉଟି କରୁଥିବା ଦେଖା ଦେଇଛି । ଶିଶୁ ବିଶେଷଜ୍ଞ,ଔଷଧ ବିଶେଷଜ୍ଞ ଓ ଦନ୍ତ ବିଶେଷଜ୍ଞ ଡାକ୍ତରଖାନା ରେ କମ ଓ ଘରୋଇ କ୍ଲିନିକରେ ଅଧିକ ସମୟ ଦେଉଥିବା ଜଣାପଡିଛି । ଏଥିରେ କ୍ଲିନିକ ଉଭୟ କ୍ଲିନିକ ମାଲିକ ଓ ଡାକ୍ତର ମାଲେମାଲ ହେଉଥିବା ବେଳେ ନିରୀହ ଗରିବ ରୋଗୀ ମାନେ ନାହିଁ ନଥିବା ହଇରାଣ ହେବା ସହ ଅଧିକା ଖର୍ଚନ୍ତ ହେଉଛନ୍ତି । ସରକାରୀ ଡାକ୍ତରଖାନାରେ ଚିକିତ୍ସା ହେବା ପାଇଁ ଆସୁଥିବା ରୋଗୀ ପରିଜନ ବାଧ୍ୟ ହୋଇ ଡାକ୍ତର ଙ୍କୁ ନପାଇ କ୍ଲିନିକ ମୁହାଁ ହେଉଛନ୍ତି । ଏଭଳି ପରିସ୍ଥିତିରେ ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ଦେଇ ବିଶେଷଜ୍ଞ ମାନଙ୍କୁ କେମିତି ଡାକ୍ତରଖାନା ଭିତରେ ସବୁ ବସିବେ ସେନେଇ ବ୍ୟବସ୍ଥା କରିବାକୁ ସଧାରଣ ରେ ଦାବି ହେଉଛି । ତେବେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ମେଡ଼ିକାଲ ଅଫିସର ଡା ଶାନ୍ତନୁ ରାଉତ କହିଛନ୍ତି ଯେ ଡାକ୍ତର ବସିବା ପାଇଁ ଏବେ ଡାକ୍ତର ଖାନା ରେ ସୁବିଧା ନାହିଁ । ସୁରକ୍ଷା କର୍ମୀ ମଧ୍ୟ କମ ଅଛନ୍ତି । ସମସ୍ତ ସୁବିଧା ହେଲେ ବସି ହେବ ବୋଲି କହିଛନ୍ତି।