ଆଫଗାନିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ

ଏକାଧିକ ମୃତ, ଅନେକ ଆହତ

କାବୁଲ, ୧୩/୦୩: ଶୁକ୍ରବାର ଭୋର ସମୟରେ ପାକିସ୍ତାନ ପୁଣି ଥରେ ପଡ଼ୋଶୀ ଆଫଗାନିସ୍ତାନର ରାଜଧାନୀରେ ଆକ୍ରମଣ କରିଛି, ଯେଉଁଥିରେ କାବୁଲରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜାଦ୍ରାନ ପାକିସ୍ତାନୀ ବୋମାମାଡ଼କୁ ନିଶ୍ଚିତ କରି କହିଛନ୍ତି ଯେ “ଚାରି ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି।” ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ମଧ୍ୟ କ୍ଷୟକ୍ଷତି ହୋଇଛି।

ପାକିସ୍ତାନ କାନ୍ଦାହାର ବିମାନବନ୍ଦର ନିକଟରେ ଘରୋଇ ବିମାନ କମ୍ପାନୀ କାମ୍ ଏୟାରର ଏକ ଇନ୍ଧନ ଡିପୋ ଉପରେ ବୋମା ମାଡ଼ କରିଛି ବୋଲି ତାଲିବାନ ମୁଖପାତ୍ର ଶୁକ୍ରବାର କହିଛନ୍ତି।

ଦୀର୍ଘ ଦିନ ଧରି କ୍ଷେତ୍ରୀୟ ପ୍ରସଙ୍ଗକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ପାକିସ୍ତାନରେ ଅନେକ ଆତଙ୍କବାଦୀ ଘଟଣାରେ କାବୁଲର ଭୂମିକା ଥିବା ଅଭିଯୋଗ କରି ଇସଲାମାବାଦ ଏହି ଆକ୍ରମଣ କରିଛି।