ବାଲେଶ୍ବର, ୧୩/୦୩: ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ଜୀବନ ପ୍ରଦୀପ ଦଳରୁ ଦେଇଛନ୍ତି ଇସ୍ତଫା। ଏ ନେଇ ପ୍ରେସମିଟ୍ରେ ଜୀବନ ପ୍ରଦୀପ କହିଛନ୍ତି, ମୂଲ୍ୟବୋଧଯୁକ୍ତ ରାଜନୀତି ବିଚାରଠାରୁ ଦୂରେଇ ଯାଇଛି ବିଜେପି। ନଚେତ୍ ଚିଟ୍ଫଣ୍ଡ ଅଭିଯୁକ୍ତକୁ ବିଜେପିରେ କିପରି ସାମିଲ୍ କରାଗଲା। ଜଣେ ଅଭିଯୁକ୍ତକୁ ଆଣି ଦଳରେ ସାମିଲ୍ କରିବା ରାଜ୍ୟ ବିଜେପିରେ ପ୍ରଥମ। ୨୦୨୪ରେ କ୍ଷମତାକୁ ଆସିବା ପରେ ବିଜେପିର ନୈତିକ ପତନ ହୋଇଛି।
ଭବିଷ୍ୟତ ଯୋଜନା ଉପରେ କହିଛନ୍ତି, ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ କୌଣସି ନିଷ୍ପତ୍ତି ନେଇନି। ପରିବାର ଲୋକଙ୍କ ସହିତ କିଛି ଦିନ ଶାନ୍ତିରେ ବିତାଇବି। କୌଣସି ଦଳ ସହିତ ଏବେ ସଂପର୍କରେ ନାହିଁ।