ଚଳିତ ମାସରେ ସରିବ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ନାମଲେଖା ପଞ୍ଜିକରଣ
ଅଧିକ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ୱେବସାଇଟ ଭିଜିଟ୍ କରିପାରିବେ
ଜଗତସିଂହପୁର, ୧୩/୦୩: ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାରେ ନାମ ପଞ୍ଜିକରଣ ତାରିଖ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ରହିଛି। ଯୁକ୍ତ ଦୁଇ କିମ୍ବା ଯୁକ୍ତ ତିନିରେ ପାଠ୍ୟକ୍ରମ ସରିଲା ପରେ ବହୁ ଛତ୍ରଛାତ୍ରୀ ତଥା ଯୁବକ ଯୁବତୀ ଉଚ୍ଚଶିକ୍ଷାରୁ ବିଭିନ୍ନ କାରଣ ପାଇଁ ବଞ୍ଜିତ ହେଇ ଆସୁଥିଲେ। ହେଲେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପଠନ କେନ୍ଦ୍ର ରାଜ୍ୟର ପ୍ରତେକ ଜିଲାରେ ଖୋଲିବା ପରେ ବିଗତ ଦିନ ମାନଙ୍କରେ ହଜ଼ାର ହଜ଼ାର ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇ ପାରିଛନ୍ତି।
ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ଏହି ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସ୍ନାତକ କଳାରେ ଓ ସ୍ନାତକୋତାର କଳା, ବିଣିଜ୍ୟ, ସହିତ, ସାମ୍ବାଦିକତା ଓ ଗଣମାଧ୍ୟମ, ଗ୍ରାମୀଣ ଉନ୍ନୟନ, ସହିତ ପ୍ରଥମ କରି ପ୍ରାକୃତିକ ବିପର୍ଯୟ ପରିଚାଳନାରେ ସ୍ନାତକୋତର ବିଷୟ ପାଇଁ ନାମ ଲେଖା ଚାଲୁଅଛି। ନିୟମିତ ପାଠ୍ୟକ୍ରମର ଦେୟ ଠାରୁ ବହୁ କମ ଅର୍ଥ ଦେବାକୁ ପଡୁଥିବା ବେଳେ ରାଜ୍ୟ ସରକାରଙ୍କ ସମସ୍ତ ଛାତ୍ରବୃତ୍ତି ମଧ୍ୟ ପାଇବର ସୁଯୋଗ ରହିଛି।ଏହି ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ବିଶେଷତ୍ୱ ହେଉଛି ଯେ ଏଥିରେ ନାମ ପଞ୍ଜିକରଣ ପାଇଁ କୌଣସି ବୟସ ନ ଥିବା ବେଳେ ସାଧାରଣ ଗୃହିଣୀ, ବିଭିନ୍ନ ବ୍ୟବସାୟ, ତଥା କୌଣସି ବୃତ୍ତିରେ ଚାକିରୀ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଏକ ସୁଯୋଗ ରହିଥିବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ତଥା ଯୁବବର୍ଗ ମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ପ୍ରକାଶ ପାଉଛି। ଏହି ନାମଲେଖା ପଞ୍ଜିକରଣ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟର ନିଜସ୍ୱ ୱେବସାଇଟ www.osou.ac.in ରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। ଏଥି ସହିତ ସ୍ଥାନୀୟ ଜଗତସିଂହପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ଵଂୟଶାସିତ ମହାବିଦ୍ୟାଳୟ ଠାରେ ମଧ୍ୟ ଏହାର ଆଞ୍ଚଳିକ କେନ୍ଦ୍ରରୁ ମଧ୍ୟ ସମସ୍ତ ତଥ୍ୟ ସିଧାସଳଖ ପାଇପାରିବେ ବୋଲି ଆଞ୍ଚଳିକ କେନ୍ଦ୍ରର ସଂଯୋଜକ ପିନାକୀ ମହାନ୍ତି(୮୯୧୭୩୭୨୮୧୪) ଜଣାଇଛନ୍ତି।