ଚାଞ୍ଚଲ୍ୟ! ନିଜ ଜନ୍ମକଲା ପିଲାଙ୍କୁ ମାରି ମା’ର ଆତ୍ମହତ୍ୟା

ସାଇଣ୍ଟିଫିକ ଟିମ୍ ର ତଦନ୍ତ ଆରମ୍ଭ

କୁଚିଣ୍ଡା, ୧୪/୦୩(ଦର୍ଶନ ନ୍ୟୁଜ): କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ସର୍ଗିଡ଼ିହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁଇ ଶିଶୁ କନ୍ୟାଙ୍କୁ ହତ୍ୟା କରି ମା’ ଆତ୍ମହତ୍ୟା କରିଛି। ଗୋଟିଏ ଶିଶୁ କନ୍ୟାର ବୟସ ୬ ବର୍ଷ ରହିଥିବା ବେଳେ ଅନ୍ୟ କେବଳ ୪ ମାସର ହୋଇଥିଲେ।

ଗତକାଲି ଦୁଇ ଶିଶୁ ସହିତ ମା’ ଘରୁ ବାହାରିଥିଲେ। ହେଲେ ରାତିରେ ଉଭୟ ଶିଶୁଙ୍କ ମୃତ ଦେହ କୂଅରୁ ମିଳିଥିଲା। ମା’ ନିଜେ କୂଅରେ ଫିଙ୍ଗି ଦେଇ ହତ୍ୟା କରିଥିବା ସ୍ୱୀକାର କରି ଘରୁ ଫେରାର ହୋଇଯାଇଥିଲେ। ଆଜି ଅପରାହ୍ନରେ ସେହି ମହିଳାଙ୍କ ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି।

ସାଇଣ୍ଟିଫିକ ଟିମ ପହଁଞ୍ଚି ତଦନ୍ତ କରୁଥିବା ବେଳେ ମହୁଲପାଲି ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଉକ୍ତ ମହିଳାଙ୍କ ନାମ ସଂଜିତା ମାର୍ଗୀ ବୋଲି ଜଣା ପଡିଛି।