ହାଇଟେକ୍ ଡେଣ୍ଟାଲ କଲେଜରେ ଅତ୍ୟାଧୁନିକ ସିବିସିଟି ମେସିନ୍ ସ୍ଥାପିତ
ସୁଲଭ ଓ ଅତ୍ୟାଧୂନିକ ଦନ୍ତରୋଗ ନିରୁପଣ ଓ ଚିକିତ୍ସା ସମସ୍ତଙ୍କ ପାଖରେ ପହଞ୍ଚୁ: ଡଃ.ତିରୁପତି ପାଣିଗ୍ରାହୀ
ଭୁବନେଶ୍ବର, ୧୪/୦୩: ହାଇଟେକ୍ ଡେଣ୍ଟାଲ କଲେଜ ଓ ହସପିଟାଲ ପରିସରରେ ଅତ୍ୟାଧୂନିକ ସିବିସିଟି ମେସିନ୍ ଉଦ୍ଘାଟିତ ହୋଇଛି। ଏହି ମେସିନ୍ ସ୍ଥାପନ ହେବା ଦ୍ୱାରା ଜଟିଳ ଦନ୍ତରୋଗ ନିରୁପଣ ଓ ସଠିକ୍ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିପାରିବ। ଏହି ଅତ୍ୟାଧୂନିକ ମେସିନ୍ ମାଧ୍ୟମରେ ଖୁବ୍ କମ୍ ରଶ୍ମୀକରଣ ପ୍ରୟୋଗ କରି ଜଟିଳ ରୋଗ ନିରୁପଣ କ୍ଷମତା ରହିଛି। ଗରିବ ଓ ମଧ୍ୟବିତ୍ତ ବର୍ଗର ରୋଗୀ ମାନେ ଖୁବ୍ କମ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ ବୋଲି ହାଇଟେକ୍ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ କହିଛନ୍ତି। ଦନ୍ତ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧୂସ୍ମିତା ତ୍ରିପାଠୀ ଏଭଳି ଉନ୍ନତମାନର ଦନ୍ତରୋଗ ନିରୁପଣ ମେସିନ୍ ଦ୍ୱାରା ରୋଗୀ ଓ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି। ଦନ୍ତ ମହାବିଦ୍ୟାଳୟର ସମସ୍ତ ଡାକ୍ତରଙ୍କୁ ଡକ୍ଟର ତିରୁପତି ପାଣିଗ୍ରାହୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ଭର୍ଧିତ କରିଥିଲେ। ଓରାଲ ମେଡିସିନ୍ ଓ ରେଡିଓଲୋଜୀ ବିଭାଗୀୟ ମୁଖ୍ୟ ଡାକ୍ତର ଦେବଜ୍ୟୋତୀ ବର୍ଦ୍ଧନ କହିଛନ୍ତି ଯେ, ଏହି ଅତ୍ୟାଧୂନିକ ସିବିସିଟି ମେସିନ ମାଧ୍ୟମରେ ଖୁବ୍ କମ୍ ସମୟରେ ସଠିକ୍ ରୋଗ ନିରୁପଣ କ୍ଷମତା ରହିଛି। ଯାହାଦ୍ବାରା ଚିକିତ୍ସା ପଦ୍ଧତି ଆକଳନ କରିବା ସହଜ ହୋଇପାରିବ। ହାଇଟେକ୍ ଦନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସଂଗ୍ରାମ ପାତ୍ରଙ୍କ ଉଦ୍ୟମରେ ଏହି ମେସିନ୍ ସ୍ଥାପନ ହୋଇଥିବାରୁ ଦନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ସୁବାସ ଚନ୍ଦ୍ର ନାୟକଙ୍କ କହିୱା ହେଲା, ସିବିସିଟି ମେସିନ ଦ୍ୱାରା ଜଟିଳ ଅର୍ଥୋଡୋନୋଟିକସ୍ ଓ ଏନଡୋଡୋନୋଟିକସ୍ ରୋଗର ସଠିକ୍ ରୋଗ ନିରୁପର କରିବାରେ ବିଶେଷ ସହାୟକ ହେବ। ପ୍ରଫେସର ଡାକ୍ତର ଅଭିଳାଷ ଦେବତା କହିଛନ୍ତି ଯେ, ଏହି ମେସିନ୍ ଦନ୍ତରୋପଣ, ମ୍ୟାକ୍ସିଲୋ ଫେସିଆଲ ଟ୍ରୋମା ରୋଗ ନିରୁପଣରେ ବିଶେଷ ଲାଭପ୍ରଦ ହେବ।