ଆସନ୍ତାକାଲି ସୂର୍ଯ୍ୟୋପରାଗ : ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ

ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।

– ରାତି ୧୨ଟା ୧୦ ମିନିଟରେ ଦ୍ୱାର ଫିଟା ନୀତି ହେବ
– ଭିତର ଶୋଧ, ମଙ୍ଗଳ ଆଳତି, ମଇଲମ, ତଡପ ଶେଷ ହେବ
– ଅବକାଶ ଓ ରୋଷହୋମ ଶେଷ ହେବ
– ୨ଟା ସୁଦ୍ଧା ସରିବ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରାଧାଦାମୋଦର ବେଶ
– ପରେ ଗୋପାଳବଲ୍ଲଭ, ସକାଳ ଧୂପ, ବାଳଭୋଗ ସହ ଭୋଗମଣ୍ଡପ ଉଠିବ
– ଭୋର ୪ଟା ୫୭ ମିନିଟରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ
– ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରିବ
– ସଂଧ୍ୟା ୬ ଘଂଟା ୨୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ
– ସୂର୍ଯ୍ୟୋପରାଗ ପାଇଁ ମନ୍ଦିରରେ ଦର୍ଶନ ବନ୍ଦ ରହିବ ନାହିଁ
– ଭକ୍ତମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ