ବଦ୍‌ଲା ନେଲା ଲାଲ୍‌ ବାହିନୀ

ବାଲିଗୁଡ଼ା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତ ଟିକରବାଜୁ ଗାଁରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକ ମୁଣ୍ଡ ନେଇଛି ଲାଲ୍‌ ବାହିନୀ l କିଛିଦିନ ତଳେ ସୁଡ୍ରା ଅଞ୍ଚଳରେ ପୋଲିସ ଗୁଳିରେ ମୃତ ମାଓବାଦୀ ପୋଏମ ପାଣ୍ଡ ଓରଫ ସାବିତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ପୋଲିସ ଇନଫର୍ମର ସନ୍ଦେହରେ ନୀଳକଣ୍ଠକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।

ନୀଳକଣ୍ଠଙ୍କ ମୃତଦେହ ନିକଟରେ ପୋଲିସ ସୂଚନା ଦାତାଙ୍କୁ ମଧ୍ୟ ଚେତାବନୀ ଦିଆଯାଇ ଥିବା ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ମୃତଦେହ ପଡି ରହିଥିବା ସୂଚନା ମିଳିଛି । ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି l