୨୬ରୁ ମଇଦାନକୁ ଓହ୍ଲାଇବେ ହେଭିୱେଟ୍

ଧାମନଗରରେ ୨୬ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ହେବିୱେଟ ନେତା । ବିଜେପିର ୩ ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । ୨୭ ଓ ୨୮ରେ ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ମଧ୍ୟ ଦଳର ପ୍ରାର୍ଥୀକୁ ବିଜୟ କରିବା ପାଇଁ ଜୋରଦାର ପ୍ରଚାର ଚଳାଇଛି । ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି ବୋଲି ବିଜେଡିର ସାଧାରଣ ସମ୍ପାଦକ କହିଛନ୍ତି ।