ନୂଆଦିଲ୍ଲୀ, ୨୩/୦୩: ଦିଲ୍ଲୀ ବିଧାନସଭା ଏବଂ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କୁ ପୁଣି ଥରେ ବୋମା ମାଡ଼ ଧମକ ମିଳିଛି। ଇମେଲ୍ ଯୋଗେ ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଧମକରେ ବିଧାନସଭା ମେଟ୍ରୋ ଷ୍ଟେସନକୁ ମଧ୍ୟ ବୋମା ମାଡ଼ କରାଯିବ ବୋଲି ଉଲ୍ଲେଖ କରାଯାଇଛି।
ବାଚସ୍ପତି ବିଜେନ୍ଦର ଗୁପ୍ତା ସକାଳ ୭:୪୯ ରେ ଇମେଲ୍ ଆସିଥିବା ବେଳେ ବିଧାନସଭାକୁ ସକାଳ ୭:୨୮ ରେ ଆସିଥିଲା। ଇମେଲରେ ଏଲଜି ତରନଜିତ ସାନ୍ଧୁ, ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସାଙ୍କ ନାମ ରହିଛି।
ଧମକ ପାଇବା ପରେ, ସୁରକ୍ଷା କର୍ମୀମାନେ ବିଧାନସଭା ବାଚସ୍ପତିଙ୍କ କୋଠରୀରେ ତଦନ୍ତ ପାଇଁ ପହଞ୍ଚିଛନ୍ତି।