କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୫/୦୩: ବିଧାନସଭା ବଜେଟ୍ ଅଧିବେଶନରେ ଆଜି ବି ଗୃହ ଅଚଳ। ଏସସିବି ତାତିରେ ଉଠୁଛି ପଡୁଛି ଗୃହ। ବିରୋଧୀ ସଦସ୍ୟଙ୍କ ନାରାବାଜି ଓ ହଟ୍ଟଗୋଳରେ ଚାଲିପାରୁନି ଗୃହ। ଆଜି ପୁଣି ପ୍ରଶ୍ନକାଳରେ ବାଧା ସୃଷ୍ଟି ହେବାରୁ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

ଗତ ୧୭ ତାରିଖରୁ ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି କରୁଛନ୍ତି ବିରୋଧୀ।

ଆଜି ବିଜେଡ଼ି ଓ କଂଗ୍ରେସ ଉଭୟ ବିରୋଧୀ ଦଳ କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରତାବାଦ କରିଛନ୍ତି ବିରୋଧୀ ସଦସ୍ୟ। ଗୃହ କାର୍ଯ୍ୟ ଆରମ୍ଭରୁ ମାତ୍ର ୩ ମିନିଟ୍ ଯାଏଁ ଚାଲି ପାରିଥିଲା ଗୃହ।