କୁଚିଣ୍ଡା କଲେଜରେ ଜନଗଣନା ଦାୟିତ୍ୱକୁ ନେଇ ଅସନ୍ତୋଷ

ଅଧ୍ୟାପକଙ୍କ ଉପରେ ଚାପ ବୃଦ୍ଧି ହେଉଥିବା ଅଭିଯୋଗ

ସମ୍ବଲପୁର, ୨୫/୦୩: କୁଚିଣ୍ଡା କଲେଜରେ ଜନଗଣନା କାର୍ଯ୍ୟ ପାଇଁ କିଛି ଅଧ୍ୟାପକଙ୍କୁ ହଠାତ୍ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଥିବା ଘଟଣାକୁ ନେଇ ଶିକ୍ଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। SSB ଅଧ୍ୟାପକମାନେ ମୂଳତଃ ସ୍ନାତକ ସ୍ତରର ଶିକ୍ଷାଦାନ ପାଇଁ ନିଯୁକ୍ତ ଥିବା ବେଳେ ସେମାନଙ୍କୁ କ୍ଷେତ୍ରସ୍ତରୀୟ ଜନଗଣନା ଦାୟିତ୍ୱ ଦେବାକୁ ଅନୁଚିତ ବୋଲି ମତ ପ୍ରକାଶ ହୋଇଛି। ଅନ୍ୟପଟେ, କିଛି ଅଧ୍ୟାପକଙ୍କୁ ଟ୍ରେନର ଓ ଅନ୍ୟମାନଙ୍କୁ ସୁପରଭାଇଜର କରାଯାଇଥିବା ସହିତ ଏକା ସମୟରେ କାଉନ୍ସିଲ ପରୀକ୍ଷା ମୂଲ୍ୟାୟନ ଦାୟିତ୍ୱ ଦିଆଯାଇଥିବାରୁ ଚାପ ବୃଦ୍ଧି ପାଇଥିବା ଅଭିଯୋଗ ଉଠିଛି। ଏହା ଫଳରେ ଶିକ୍ଷାଦାନ କାର୍ଯ୍ୟ ପ୍ରଭାବିତ ହେବା ସହିତ ଛାତ୍ରଛାତ୍ରୀଙ୍କ ଏକାଡେମିକ ହିତ ହାନି ହେବ ବୋଲି ଶିକ୍ଷକ ମାନେ କହିଛନ୍ତି।ଏହି ନୀତିକୁ ପୁନଃବିଚାର କରିବା ପାଇଁ ଅଧ୍ୟାପକ ମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି।