ରାଘବ ଚଢ଼ାଙ୍କୁ ଉପନେତା ପଦରୁ ହଟାଇଲା ଆପ୍‌

ରାଜ୍ୟସଭା ସଚିବାଳୟକୁ ଚିଠି ପଠାଇଲା ଆପ୍

ନୂଆଦିଲ୍ଲୀ, ୦୨/୦୪: ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇଛି ଆମ ଆଦମୀ ପାର୍ଟି। ଆମ ଆଦମୀ ପାର୍ଟି ରାଜ୍ୟସଭା ସଚିବାଳୟକୁ ଏକ ଚିଠି ଲେଖି ରାଘବଙ୍କ ସ୍ଥାନରେ ସାଂସଦ ଅଶୋକ ମିତ୍ତଲଙ୍କୁ ଉପନେତା ଭାବରେ ନିଯୁକ୍ତ କରିବାକୁ ପ୍ରସ୍ତାବ ରଖିଛି। ଅଶୋକ ମିତ୍ତଲ ପଞ୍ଜାବରୁ ରାଜ୍ୟସଭା ସାଂସଦ। ସେ ଏବେ ରାଜ୍ୟସଭାରେ ଆପର ନୂତନ ଉପନେତା ହେବେ। ସେ କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା। ତାଙ୍କ ପୂର୍ବରୁ ଏନଡି ଗୁପ୍ତା ଦଳର ଉପନେତା ଥିଲେ। ସୂତ୍ର ଅନୁସାରେ, ରାଘବ ଚଢା ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜ୍ୟସଭାର ମହାସଚିବଙ୍କୁ ଭେଟିବାକୁ ଯାଉଛନ୍ତି। ଗତ କିଛି ମାସ ମଧ୍ୟରେ ରାଘବ ଚଢା ରାଜ୍ୟସଭାରେ ସାଧାରଣ ଲୋକଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି, ଯାହା ଉପରେ ନିରନ୍ତର ଆଲୋଚନା ଚାଲିଛି।