ଭୁବନେଶ୍ୱର, ୦୨/୦୪: ରାଜ୍ୟରେ ମାସେ ଭିତରେ ସବୁ ସ୍ଥାନରେ PNG ସଂଯୋଗ ହେବ। LPG ବନ୍ଦ ହୋଇ ସବୁ ସ୍ଥାନରେ PNG ସଂଯୋଗ କରାଯିବ। ତୈଳ କମ୍ପାନୀ ସହ ବୈଠକ ପରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ। ସହରାଞ୍ଚଳରେ ୩ ମାସ ମଧ୍ୟରେ PNG ସଂଯୋଗ ପାଇଁ କୁହାଯାଇଛି। ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି PNG ସୁବିଧା ପାଇବେ। ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ। ଗ୍ୟାସ୍ କଳାବଜାରୀ ରୋକିବାକୁ e-KYC ବ୍ୟବସ୍ଥା ଆପଣାଯିବ। e-KYC ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ୍ ନେଇପାରିବେନି।