ପାଟନା, ୦୨/୦୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପ୍ରିଲ ୧୦ରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ, ନୀତିଶ କୁମାର ଏପ୍ରିଲ ୯ରେ ପାଟନାରୁ ଦିଲ୍ଲୀ ଯାତ୍ରା କରିବେ ଏବଂ ଦୁଇରୁ ତିନି ଦିନ ରାଜଧାନୀ ଦିଲ୍ଲୀରେ ରହିପାରନ୍ତି। ଏହି ସମୟରେ ସେ ବରିଷ୍ଠ ବିଜେପି ନେତାମାନଙ୍କୁ ଭେଟିବାର ଆଶା କରାଯାଉଛି। ନୀତିଶ ପାଟନା ଫେରିବା ପରେ ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଆଗୁଆ ପ୍ରାର୍ଥୀ ଭାବରେ ରେସରେ ଅଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଧ୍ୟ ଏହି ତାଲିକାରେ ଅଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ବିଧାୟକ ଦଳ ବୈଠକରେ ନିଆଯିବ।
ଅନ୍ୟପକ୍ଷରେ, ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ସମ୍ଭାବ୍ୟ ଭୂମିକା ଉପରେ ଆଲୋଚନା ହେବ।
ସୂଚନାଯୋଗ୍ୟ, ନୀତିଶ କୁମାର ମାର୍ଚ୍ଚ ୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ମାର୍ଚ୍ଚ ୩୦ରେ ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ।