ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର

ଘର ପାଖ କେନାଲରେ ପଡ଼ିଥିଲା ମୃତଦେହ

ପଟ୍ଟାମୁଣ୍ଡାଇ, ୦୩/୦୪: କେନାଲରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡ଼କୋଲ୍‌ହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରପାଖ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ।

ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣକ ମାମୁଁ ଘରୁ ୨ ଦିନ ହେଲାଣି ନିଖୋଜ ଥିଲେ। ଦମକଳ ବାହିନୀ ଓ ସନ୍ଧାନୀ କୁକୁର ସହାୟତାରେ ଖୋଜାଖୋଜି ଜାରି ରହିଥିଲା। ତେବେ ନାବାଳିକାଙ୍କ ମୃତ୍ୟୁ କିପରି ହୋଇଛି, ତାହାର କାରଣ ଜଣା ପଡ଼ିନାହିଁ।