ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ

୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଭୁବନେଶ୍ୱର, ୦୩/୦୪: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି। ନୟାଗଡ଼ ଜିଲ୍ଲାର ନୂଆଗାଁ ଥାନା କୋରଡ଼ା ଗାଁରେ ଘରେ ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ନାବାଳକ ରହିଥିବା ସୂଚନା ମିଳିଛି। ସମସ୍ତ ୬ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।