ସମ୍ବଲପୁର, ୦୩/୦୪: ଅବକାରୀ ବିଭାଗରେ ବଡ଼ ଧରଣର ଲୁଟ୍। ସରକାରୀ ଟ୍ରେଜେରୀରୁ ୩ କୋଟି ୯୨ ଲକ୍ଷ ଟଙ୍କାର କାରାବାର ହୋଇଥିବାର ଘଟଣା ସାମନାକୁ ଆସିଛି। ଅବକାରୀ ବିଭାଗରେ ଏତେ ବଡ଼ ଆର୍ଥିକ ଠକେଇରେ ୨ କମର୍ଚାରୀଙ୍କୁ ଗିରଫ କରିଛି ପୋଲିସ।
ଏହି ମାମଲାରେ ନଗଦ ୨୩ ଲକ୍ଷ ୪୬ ହଜାର ୫ ଶହ ଟଙ୍କା ଜବତ ହୋଇଛି। ବିଭିନ୍ନ ବ୍ୟାଙ୍କର ୪୪ ଲକ୍ଷ ଟଙ୍କା ଫ୍ରିଜ୍ ହୋଇଛି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ASI ଓ କିରାଣୀଙ୍କୁ ବାନ୍ଧିଛି ପୋଲିସ। ଅଡିଟରେ ହେରଫେର କରି ଠକେଇ କରିଥିବା ଅଭିଯୋଗ ଆସିଛି।