ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ

ଭୁବନେଶ୍ୱର, ୦୪/୦୪: ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇ କହିଥିଲେ ଯେ, ତାଙ୍କୁ ଦିଆଯାଇଥିବା ଏହି ଦାୟିତ୍ୱକୁ ସେ ନିଷ୍ଠା ଓ ସମର୍ପଣ ସହ ନିର୍ବାହ କରିବେ। ଜଗତସିଂହପୁର ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସେ ଅଧିକ ଗୁରୁତ୍ୱ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।