ବରଗଡ଼, ୦୪/୦୪: ଓଡ଼ିଶାର ଅଗ୍ରଣୀ ଏବଂ ପ୍ରିମିୟମ ରୁପା ଅଳଙ୍କାର ପ୍ରତିଷ୍ଠାନ ‘ଚାନ୍ଦି ଭଣ୍ଡାର’ ଏବେ ବରଗଡ଼ ସହରରେ। ଆଜି ସ୍ଥାନୀୟ ଭାଟଲି ଚୌକ ନିକଟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିଷ୍ଠାନ ପକ୍ଷରୁ ଏହି ନୂଆ ଶୋ’ରୁମ୍ ସମ୍ପର୍କରେ ସୂଚନା ଦିଆଯାଇଛି। ସାରା ଓଡ଼ିଶାରେ ଏହା ‘ଚାନ୍ଦି ଭଣ୍ଡାର’ର ୨୮ତମ ଶାଖା।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀଯୁକ୍ତ ମାଣିକ ହାନ୍ସ କହିଛନ୍ତି ଯେ, ବରଗଡ଼ବାସୀଙ୍କୁ ଉଚ୍ଚକୋଟୀର ଏବଂ ଅତ୍ୟାଧୁନିକ ଡିଜାଇନ୍ର ରୁପା ଅଳଙ୍କାର ଯୋଗାଇଦେବା ଲକ୍ଷ୍ୟରେ ଏହି ଶୋ’ରୁମ୍ ଖୋଲାଯାଇଛି। ଏଠାରେ ଗ୍ରାହକମାନେ ପାରମ୍ପରିକ ଏବଂ ଆଧୁନିକ ଶୈଳୀର ବିଭିନ୍ନ ପ୍ରକାରର ରୁପା ଗହଣା, ଉପହାର ସାମଗ୍ରୀ ଏବଂ ଦେବଦେବୀଙ୍କ ମୂର୍ତ୍ତି ଅତି ସହଜରେ ପାଇପାରିବେ।
ବରଗଡ଼ ଭଳି ଏକ ସାଂସ୍କୃତିକ ଏବଂ ବ୍ୟବସାୟିକ କେନ୍ଦ୍ରରେ ନିଜର ଶାଖା ବିସ୍ତାର କରିଥିବାରୁ ପ୍ରତିଷ୍ଠାନ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ଆଜିର ଏହି ପ୍ରେସ୍ କନଫରେନ୍ସରେ ଅନେକ ବରିଷ୍ଠ ସାମ୍ବାଦିକ ଏବଂ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ବରଗଡ଼ର ଏହି ନୂଆ ଷ୍ଟୋର୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଆଉ ବାହାର ସହରକୁ ଯିବାକୁ ପଡ଼ିବ ନାହିଁ, ସେମାନେ ନିଜ ସହରରେ ହିଁ ଅନ୍ତର୍ଜାତୀୟ ମାନର ଅଳଙ୍କାର ପାଇପାରିବେ।