ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ

୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୦୯/୦୪: ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ। ଗତ ଜାନୁଆରୀ ୨୧ ତାରିଖରେ ହୋଇଥିଲା ପରୀକ୍ଷା। ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା। ମୋଟ୍ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅପରାହ୍ନ ୪ଟା ପରଠୁ bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ। ଅପରାହ୍ନ ୫ଟା ପରଠୁ ୱେବସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍‌ ଡାଉନଲୋଡ୍‌ କରିପାରିବେ।