ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ

ଅନୁମୋଦନ କଲେ ନବୀନ

ଭୁବନେଶ୍ୱର, ୦୯/୦୪: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା ଗୃହୀତ। ସସ୍ମିତ ପାତ୍ରଙ୍କ ଇସ୍ତଫାକୁ ଅନୁମୋଦନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଗତ କାଲି ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ ସାଂସଦ ସସ୍ମିତ ପାତ୍ର।

ମିଳିଥିବା ସୂଚନା ଅନୁସାରେ, ଯେଉଁ ଦିନ ରାଜ୍ୟସଭା ସାଂସଦ ଭାବେ ସନ୍ତୃପ୍ତ ମିଶ୍ର ଶପଥ ନେଇଥିଲେ, ସେହିଦିନ ହିଁ ତାଙ୍କୁ ପଦରୁ ହଟାଇବା ପାଇଁ ଦଳର ଅନ୍ୟ ସାଂସଦମାନେ ସଭାପତି ନବୀନଙ୍କୁ ଚିଠି ଲେଖିଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। କିନ୍ତୁ ଏ ନେଇ ବିଜେଡ଼ି କିମ୍ବା ସସ୍ମିତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଥିବା ବେଳେ ଏବେ ରାଜ୍ୟସଭାରେ କିଏ ଦଳର ନୂଆ ନେତା ହେବେ, ସେ ନେଇ ଜୋରଦାର ଚର୍ଚ୍ଚା ସୃଷ୍ଟି ହୋଇଛି।