ହର୍ମୁଜ ନିକଟ ସମୁଦ୍ରରେ ଖଞ୍ଜାଯାଇଛି ‘ସି-ମାଇନ୍ସ’

ବଢ଼ିବ ଅଶୋଧିତ ତୈଳ ଦର

ବିଟ୍ କଏନ ଜରିଆରେ ଏକ ଡଲାର ନେବ ଇରାନ

ନୂଆଦିଲ୍ଲୀ, ୦୯/୦୪: ହର୍ମୁଜ ପ୍ରଣାଳୀ ଦେଇ ଟ୍ୟାଙ୍କର ପରିବହନ ପାଇଁ ନୂଆ ନିୟମ ଲାଗୁ। ତୈଳ ପରିବହନ ପାଇଁ ନୂଆ ନିୟମ ଲାଗୁ କଲା ଇରାନ। ପ୍ରତି ବ୍ୟାରେଲ୍ ଅଶୋଧିତ ତୈଳ ପାଇଁ ଦେବାକୁ ହେବ ୧ ଡଲାର। ବିଟ୍ କଏନ ଜରିଆରେ ଏକ ଡଲାର ନେବ ଇରାନ।

ଇରାନର ପଦକ୍ଷେପ ପରେ ବିଶ୍ୱ ଅର୍ଥନୀତି ଓ ଶକ୍ତି ବଜାରରେ ହଲଚଲ୍ ଦେଖିବାକୁ ମିଳିଛି। ଯାହା ଫଳରେ ବିଶ୍ୱବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଆଶଙ୍କା କରାଯାଉଛି।

ତେବେ ହର୍ମୁଜ ପ୍ରଣାଳୀ ନିକଟରେ ଫସି ରହିଛନ୍ତି ୪୦୦ରୁ ଅଧିକ ଜାହାଜ। ଏସବୁ ଜାହାଜର କାର୍ଗୋ ଯାଞ୍ଚ କରିବ ଇରାନ। ବିନାନୁମତିରେ ଜାହାଜ ହର୍ମୁଜ ଅତିକ୍ରମ ନ କରିବାକୁ ଇରାନ ଚେତାବନୀ ଦେଇଛି। ହର୍ମୁଜ ନିକଟ ସମୁଦ୍ରରେ ଖଞ୍ଜାଯାଇଛି ‘ସି-ମାଇନ୍ସ’।

‘ସି-ମାଇନ୍ସ’ରୁ ବର୍ତ୍ତିବା ପାଇଁ ଜାହାଜଗୁଡ଼ିକୁ ସତର୍କ କଲା IRGC। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ପରେ ବଡ଼ ନିଷ୍ପତ୍ତି ନେଇଛି ଇରାନ। ଓମାନ ସାଗରରୁ ‘ଲାରାକ୍ ଦ୍ବୀପ’ର ଉତ୍ତର ପଟ ଦେଇ ଏଣ୍ଟ୍ରି କରିବ ଜାହାଜ। ଦୁଇ ସପ୍ତାହର ଅସ୍ତ୍ରବିରତି ଚୁକ୍ତି ମଧ୍ୟରେ ଏହି ବିକଳ୍ପ ପଥ।