ସ୍ବଗଣନା କଲେ ୧ ଲକ୍ଷ ୭୬ ହଜାର ବ୍ୟକ୍ତି

କଟକରେ ସର୍ବାଧିକ ୨୭ ହଜାର ସ୍ବଗଣନା କରିଛନ୍ତି

ଭୁବନେଶ୍ୱର, ୧୩/୦୪: ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି। ଏ ନେଇ ସୂଚନା ଦେଲେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ।

ଏପ୍ରିଲ ପହିଲାରୁ ଆଜି ପର୍ଯ୍ୟନ୍ତ ୧ ଲକ୍ଷ ୭୬ ହଜାର ସ୍ବଗଣନାରେ ସାମିଲ୍ ହୋଇଛନ୍ତି। କଟକରେ ସର୍ବାଧିକ ୨୭ ହଜାର, ଖୋର୍ଦ୍ଧାରେ ୧୭ ହଜାର ସ୍ବଗଣନା କରିଛନ୍ତି। ବାଲେଶ୍ବରରେ ୧୦ ହଜାର, ବଲାଙ୍ଗିରରେ ୫ ହଜାର, ନୂଆପଡ଼ାରେ ୨ ହଜାର କରିଛନ୍ତି।

ପ୍ରଥମ ଥର ହୋଇଥିବା ସ୍ବଗଣନାରେ ଭଲ ଉତ୍ସାହ ଦେଖିବାକୁ ମିଳିଛି। ଆଉ ୨ ଦିନରେ ସ୍ବଗଣନା ସଂଖ୍ୟା ୨ ଲକ୍ଷ ପାର୍ କରିବ ବୋଲି ଆଶା କରାଯାଉଛି। ଏପ୍ରିଲ ୧୬ରୁ ପ୍ରଥମ ପର୍ଯ୍ୟାୟ ଗୃହଗଣନା ଆରମ୍ଭ ହେବ।