ରାଜ୍ୟର ସବୁ ସାଂସଦଙ୍କୁ ନବୀନଙ୍କ ଚିଠି

ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସ୍ବର ଉଠାଇବାକୁ ଅପିଲ୍

ଭୁବନେଶ୍ୱର, ୧୬/୦୪: ରାଜ୍ୟର ସବୁ ସାଂସଦଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିଠି। ୧୩୧ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ଚିଠି ଲେଖିଲେ ନବୀନ। ରାଜନୈତିକ ପ୍ରତିନିଧିତ୍ବ ଓ ଅର୍ଥନୈତିକ ସ୍ବାର୍ଥ କଥା ଉଠାଇଲେ ନବୀନ।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ଦୀର୍ଘମିଆଦି ସ୍ବାର୍ଥ, ସମାନୁପାତିକ ପ୍ରତିନିଧିତ୍ବ, ଗୌରବ ଅକ୍ଷୁଣ୍ଣ ଜରୁରୀ।‌ଡିଲିମିଟେସନରେ ପ୍ରତିନିଧିତ୍ବ ହାର କମିବା ଜାତୀୟସ୍ତରରେ କ୍ଷତି ପହଞ୍ଚାଇବ। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ବ ୩.୯ରୁ ୩.୪%କୁ କମିବ। ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଆମକୁ ପଏଣ୍ଟ ୫ କ୍ଷତି ସହିବାକୁ ହେବ। ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି। ରାଜ୍ୟର ଅର୍ଥନୈତିକ ଓ ରାଜନୈତିକ ସ୍ବାର୍ଥକୁ ସୁରକ୍ଷା ଦିଅନ୍ତୁ। ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ବେ ଓଡ଼ିଶାକୁ ଦଣ୍ଡିତ କରାନଯାଉ।

କେନ୍ଦ୍ରୀୟ ରାଜସ୍ବକୁ ବଡ଼ ଅବଦାନ ସତ୍ତ୍ବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ହୋଇନି। ଯଦି ଓଡ଼ିଶାର ପ୍ରତିନିଧିତ୍ବ କମୁନି ତାହେଲେ ସଂଶୋଧନକୁ ସମର୍ଥନ ଉଚିତ। କେନ୍ଦ୍ରରେ ଓଡ଼ିଶା ଅଧିକାର ପାଇଁ ସଂସଦ ଭିତରେ ଓ ବାହାରେ ସାଂସଦମାନେ ସ୍ବର ଉଠାନ୍ତୁ ବୋଲି ଅପିଲ କରିଛନ୍ତି ନବୀନ।