ଭୁବନେଶ୍ୱର, ୧୬/୦୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଖରାଛୁଟିକୁ ନେଇ ବଡ଼ ବୟାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀ କହିଛନ୍ତି, ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ଛୁଟି ନିଷ୍ପତ୍ତି ନିଆଯିବ। ଯେଉଁ ଜିଲ୍ଲାରେ ଅସହ୍ୟ ଗରମ ସେହି ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ। ପିଲାମାନଙ୍କ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛୁ। ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଗରମ ହେଉଛି, ବିଚାର କରାଯାଉଛି। SRCଙ୍କ ହିଟ୍ ୱେଭ୍ ସମୀକ୍ଷା ପରେ ହିଁ ଖରାଛୁଟି ନିଷ୍ପତ୍ତି ନିଆଯିବ।