ବଡ଼ ଅଘଟଣ: ଦୁଇଟି ବିମାନ ମଧ୍ୟରେ ସାମ୍ନାସାମ୍ନି ଧକ୍କା

ରନ୍‌ୱେରେ ଅକାଶାକୁ ଧକ୍କା ଦେଲା ସ୍ପାଇଶ୍ ଜେଟ୍

ନୂଆଦିଲ୍ଲୀ, ୧୬/୦୪: ଦିଲ୍ଲୀ ବିମାନ ବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା। ରନ୍‌ୱେରେ ଅକାଶା ବିମାନକୁ ଧକ୍କା ଦେଲା ସ୍ପାଇଶ୍ ଜେଟ୍ ବିମାନ। ଦୁଇଟି ବିମାନର ୱିଙ୍ଗ୍ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସମସ୍ତ ଯାତ୍ରୀ ଓ କ୍ରିଉ ସୁରକ୍ଷିତ ଥିବା କହିଲା ଅକାଶା ଏୟାର।

ସ୍ପାଇସଜେଟ୍ B737-700 ର ଡାହାଣ ପଟ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆକାଶା ବିମାନର ବାମ ପଟ ହରାଇଜଣ୍ଟାଲ ଷ୍ଟାବିଲାଇଜର କ୍ଷତିଗ୍ରସ୍ତ ହୋଇଛି।

ଆକାଶା ଏୟାର କହିଛି ଯେ ଘଟଣା ଘଟିବା ସମୟରେ ଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ବାହାରି ଥିବା ଏହାର ବିମାନ QP 1406 ରନ୍ ୱେରେ ଅଟକିଥିଲା। ଗ୍ରାଉଣ୍ଡ ଟିମ୍ ଯଥାଶୀଘ୍ର ଯାତ୍ରୀମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ବୋଲି ଆକାଶା ଏୟାର ଲାଇନ୍ସର ମୁଖପାତ୍ର କହିଛନ୍ତି।

ଉଭୟ ଏୟାରଲାଇନ୍ସ କହିଛନ୍ତି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି, ଏବଂ ଏହି ଘଟଣାର ତଦନ୍ତ ଚାଲିଛି।