ଲୋକସଭାରେ ପାସ୍ ହୋଇପାରିଲାନି ମହିଳା ସଂରକ୍ଷଣ ବିଲ୍

ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬ ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ, ୧୭/୦୪: ଲୋକସଭାରେ ପାସ୍ ହୋଇପାରିଲାନି ମହିଳା ସଂରକ୍ଷଣ ବିଲ୍। ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ପଡ଼ିଲା ୨୯୮ ଭୋଟ୍ ଓ ବିପକ୍ଷରେ ପଡ଼ିଲା ୨୩୦ ଭୋଟ୍। ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ ମୋଟ ୫୨୮ ସାଂସଦ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇ ପାରିଲା ନାହିଁ।

ସୀମା ପୁନଃନିର୍ଦ୍ଧାରଣ ବିଲ୍-୨୦୨୬ ମଧ୍ୟ କାଟ୍ ଖାଇଲା। ବିଲ୍ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ମିଳିପାରିଲାନି। ସମ୍ୱିଧାନ ସଂଶୋଧନ ବିଲ୍‌ ଫେଲ୍ ମାରିବା ପରେ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ।

୨୦୨୯ ସୁଦ୍ଧା ମହିଳା ସଂରକ୍ଷଣ ଲାଗୁ କରିବା ଏବଂ ଲୋକସଭା ଆସନ ସଂଖ୍ୟାକୁ ୫୪୩ ରୁ ୮୫୦ କୁ ବୃଦ୍ଧି କରିବା ପାଇଁ ସରକାର ଯେଉଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ, ତାହା ଫେଲ୍ ମାରିଛି।