ଏହି ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି

ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ

ଗଞ୍ଜାମ, ୨୦/୦୪: ଗଞ୍ଜାମ ଜିଲ୍ଲାରେ ୩ ଦିନ ପାଇଁ ସବୁ ସ୍କୁଲ୍‌ ଛୁଟି ଘୋଷଣା କଲା ପ୍ରଶାସନ। ୨୧, ୨୨ ଓ ୨୩ ତାରିଖରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଶିଶୁ ବାଟିକା ଠାରୁ ଦ୍ବାଦଶ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଛୁଟି ରହିବ। କିନ୍ତୁ ପଞ୍ଚମ ଓ ଅଷ୍ଟମ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ ବୋଲି ସୂଚନା ମିଳିଛି।