ଛତିଶଗଡ଼ରେ ବିମାନ ଦୁର୍ଘଟଣା

ଗଛରେ ପିଟି ହୋଇ ଖସି ପଡ଼ିଲା

ରାୟପୁର, ୨୦/୦୪: ଛତିଶଗଡ଼ରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଗଛରେ ପିଟି ହୋଇ ଖସି ପଡ଼ିଥିବା ସୂଚନା ମିଳିଛି। ଜଶପୁର ଜିଲ୍ଲା ରତନପାହଲି ଜଙ୍ଗଲରେ ମାତ୍ର ୩୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଛନ୍ତି। ତେବେ ବିମାନରେ କେତେ ଯାତ୍ରୀ ଥିଲେ ସ୍ପଷ୍ଟ ହୋଇପାରିନଥିବା ବେଳେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।