ରାଇମୋହନ ଆତ୍ମହତ୍ୟା ରହସ୍ୟ: ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା ମାମଲା । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

ତେବେ ଘଟଣାରେ ରାଇମୋହନ, ତାଙ୍କ ଝିଅ, ଜ୍ବାଇଁ ଏବଂ ପୁତୁରାଙ୍କୁ ପଚରା ଉଚରାକରିଛି ପୋଲିସ। ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତ ଅଗ୍ରଗତି ହେବ ବୋଲି କମିଶନରେଟ୍‌ ପୋଲିସର ଜୋନ୍‌-୫ ଏସିପି ହିମାଂଶୁ ଭୂଷଣ ସ୍ବାଇଁ କହିଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଅଭିନେତା ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି । ସେନେଇ ଖୋଲତାଡ କରୁଛି କମିଶନରେଟ ପୋଲିସ ।