ବିିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀଦଳ ନେତା ,ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀଦଳ ନେତା । ସ୍ବାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅନୁପସ୍ଥିତି ରହୁଥିବାରୁ ଦଳକୁ ବିଧାନସଭାରେ ଗୁରୁତ୍ୱ ମିଳୁନି। ବିଜେପି ବିଧାୟକମାନଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଉପଯୁକ୍ତ ଗୁରୁତ୍ବ ମିଳୁନି। ତେଣୁ ଏଥର ଅଧିବେଶନ ପୂର୍ବରୁ ବିରୋଧି ଦଳ ନେତା ବଛାଯିବ।

ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ । ଏଥିପାଇଁ ଓଡ଼ିଶାର ବିଜେପି ବିଧାୟକମାନେ ଦଳର ଶୀର୍ଷ ନେତା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ବିଧାୟକମାନେ ଭେଟି ଏ ବାବଦରେ ଅବଗତ କରାଇଛନ୍ତି। ଉଭୟ ରାଜ୍ୟ ଓ ରାଷ୍ଟ୍ରୀୟ ସଭାପତି ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀଦଳ ନେତାଙ୍କୁ ବଦଳାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ବଜେପି ବିରୋଧି ଦଳ ନେତା ବଛା ଯିବ ।

ତେବେ କିଏ ହେବେ ବିରୋଧି ଦଳ ନେତା ସେନେଇ ଏବେ ବିଚାର ବିମର୍ଷ ଚାଲିଛି। ଦଳରେ ୨୨ ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ଅନେକ ବରିଷ୍ଠ ଓ ଅଭିଜ୍ଞ ନେତା । ସମସ୍ତେ ବିରୋଧି ଦଳ ନେତା ହେବ ପାଇଁ ଦାବିବାର। ଯାହାଙ୍କୁ ବି ବିରୋଧୀଦଳ ନେତା ଭାବେ ଦାୟିତ୍ବ ଦିଆଗଲେ ଚଳିବ ବୋଲି ବିଧାୟିକା କୁସୁମ ଟେଟେ କହିଛନ୍ତି ।