ହାତ ଛାଡିଲେ ପ୍ରଶାନ୍ତ ଶତପଥୀ

ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର, ୨୭/୦୪: କଂଗ୍ରେସ ନେତା ପ୍ରଶାନ୍ତ କୁମାର ଶତପଥୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଏଆଇସିସି (AICC) ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ନିକଟକୁ ପଠାଇଛନ୍ତି।

ସେ ନିଜର ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସେ ଦଳରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅସମର୍ଥ ବୋଲି କହିଛନ୍ତି।

ସେ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଓହରି ଯାଇଛନ୍ତି। ମିଡିଆ ସେଲ୍, ଇସ୍ତାହାର କମିଟି ଓ ଲିଗାଲ ସେଲ୍ ରୁ ଇସ୍ତଫା ଦେଇଛନ୍ତି।

ପ୍ରଶାନ୍ତ ଶତପଥୀ ଦଳର ଜଣେ ଅଭିଜ୍ଞ ନେତା ଭାବେ ବେଶ୍ ଜଣାଶୁଣା ଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି।