ଭୁବନେଶ୍ୱର, ୨୭/୦୪: ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିବ ବିଜେଡି। ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବାଚସ୍ପତିଙ୍କୁ ଭେଟିବାର ଅଛି
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଛି ବିଜେଡି। ଦେବୀ ତ୍ରିପାଠୀ, ସୌଦ୍ଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାଷିନୀ ଜେନା ଓ ଚକ୍ରମଣୀ କହଁର ମଧ୍ୟ ବିଜେଡିରୁ ନିଲମ୍ୱିତ ହୋଇଛନ୍ତି।
ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଦଳ ଆଗରୁ ସସ୍ପେଣ୍ଡ୍ କରିଥିଲା।