କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ
ଜିତୁ ମୁଣ୍ଡାଙ୍କ ଘଟଣାରେ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି କଲେ
ଭୁବନେଶ୍ୱର, ୦୨/୦୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଥିବା ଜିତୁ ମୁଣ୍ଡାଙ୍କ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ନବୀନ।
କେନ୍ଦୁଝର ଜିଲ୍ଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲ୍ଲିପୋସି ଶାଖା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ନବୀନ କହିଛନ୍ତି, ବ୍ୟାଙ୍କ ଏହି ଅମାନବୀୟ ଆଚରଣକୁ ଯଥାର୍ଥ କରିବା ପାଇଁ RBI ନିର୍ଦ୍ଦେଶାବଳୀର ଆଳ ଦେଖାଉଛି। ବ୍ୟାଙ୍କ ଅଧିକାରୀଙ୍କର ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି। ଏହି ଅଭାବନୀୟ ଘଟଣା ସମଗ୍ର ଓଡ଼ିଶାରେ ଜନଭାବନାକୁ ଆଘାତ ଦେଇଛି।
ଏହି ଅଭାବନୀୟ ତ୍ରୁଟି ପାଇଁ କିଏ ଦାୟୀ ତୁରନ୍ତ ସ୍ଥିର କରାଯାଉ। ଏହା ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସହଜ କରିବ। ଆପଣଙ୍କ ହସ୍ତକ୍ଷେପ ଦ୍ବାରା କୌଣସି ସ୍ଥାନରେ ଘଟଣାର ପୁନରାବୃତ୍ତି ହେବ ନାହିଁ। ନାଗରିକଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାର ଦେଶର ଅନ୍ୟ ସ୍ଥାନରେ ହେବନି।