କୋଲକାତା, ୦୮/୦୪: ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଶୁଭେନ୍ଦୁ ଅଧିକାରୀ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ଦିନ ୧୧ଟାରେ ଶପଥ ନେବେ ଶୁଭେନ୍ଦୁ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ହେବ ଶପଥ ସମାରୋହ।
ଆଜି ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚନ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ବୈଠକରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁଭେନ୍ଦୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅମିତ ଶାହ। ଶାହ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।
ଏଥର ନନ୍ଦିଗ୍ରାମ ଓ ଭବାନୀପୁର ଆସନରୁ ବିଜୟୀ ହୋଇଛନ୍ତି ଶୁଭେନ୍ଦୁ। ଭବାନୀପୁରରେ ମମତା ବାନାର୍ଜୀଙ୍କୁ ୧୫,୧୦୫ ଭୋଟ୍ରେ ହରାଇଛନ୍ତି।