ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

‘ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା ହେଲା’

କୋଲକାତା, ୦୮/୦୫: ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି‌। ବିଜେପି ପ୍ରଥମ କରି ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି। ଶୁଭେନ୍ଦୁ ଅଧିକାରୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।

ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ‌ ନାମ ଘୋଷଣା ହେବା ପରେ ବଙ୍ଗ ବିଜୟ ଅବିସ୍ମରଣୀୟ ଯାତ୍ରା ବୋଲି କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୧ରେ ୩ ଆସନରୁ ୨୦୨୬ରେ ୨୦୦ ପାର୍ ଏକ ଅବିସ୍ମରଣୀୟ ଯାତ୍ରା। ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସଂପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ଦ୍ବିତୀୟ ଘର। ଦୀର୍ଘ ଦିନର ସଂଘର୍ଷ ପରେ ବେଙ୍ଗଲରେ ନୂଆ ସକାଳ, ନୂଆ ଇତିହାସ ସୃଷ୍ଟି ହୋଇଛି। ଆସନ୍ତାକାଲି ବେଙ୍ଗଲ ନୂଆ ସକାଳ ଦେଖିବ, ରାଜ୍ୟରେ ବିକାଶ ହେବ। ପ୍ରଧାନମନ୍ତ୍ରୀଙ୍କ ଅଙ୍ଗ, ବଙ୍ଗ, କଳିଙ୍ଗ ମିଶନ ପୂରା ହେଲା।