ଧାମନଗରରେ ପୁଣି ଦବଦବା ଜାହିର କଲା ବିଜେପି: ଉପନିର୍ବାଚନ ଜିତିଲେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ

ଧାମନଗର ଉପନିର୍ବାଚନରେ ବାଜି ମାରିଲା ବିଜେପି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟୀ । ବିଜେଡିର ଅବନ୍ତୀ ଦାସଙ୍କୁ ହରାଇଲେ ସୁରଜ । ୯ ହଜାର ୮୮୧ ଭୋଟରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଲେ ବିଜେପିର ସୁରଜ ସୂର୍ଯ୍ୟବଂଶୀ । ଧାମନଗରରେ ବିଜେପି ପୁଣି ନିଜ ଦବଦବା ଜାହିର କଲା ।

ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୮୦ ହଜାର ୩୫୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସ ୭୦ ହଜାର ୪୭୦ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ ୩ ହଜାର ୫୬୧ ଭୋଟ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮ ହଜାର ୧୫୩ ଖଣ୍ଡ ଭୋଟ ମିଳିଛି ।