ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

ବଢ଼ିଲା ବାତ୍ୟା ଆଶଙ୍କା!

ଭୁବନେଶ୍ୱର, ୦୮/୦୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ସୃଷ୍ଟି ନେଇ IMD ପକ୍ଷରୁ ସୂଚନା ମିଳିଛି। ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି। ଏହା ଆହୁରି ଘନୀଭୂତ ହୋଇ ୧୨ କିମ୍ବା ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ ବୋଲି ସୂଚନା ମିଳିଛି।

ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗର ଅଞ୍ଚଳରେ ବାଦଲ ସକ୍ରିୟ ରହିଛନ୍ତି। ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ ଏବଂ କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ଦେଖାଦେଇପାରେ। କିନ୍ତୁ ବାତ୍ୟା ଆଶଙ୍କା ଥିବା ବେଳେ ଏହାକୁ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।