ନିଟ୍-ୟୁଜି ପରୀକ୍ଷା ରଦ୍ଦ

ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ, ୧୨/୦୫: NEET ପରୀକ୍ଷା ବାତିଲ କଲା NTA। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ୨୦୨୬ ନିଟ ପରୀକ୍ଷା ବାତିଲ କଲା NTA। ସାନି ପରୀକ୍ଷା ନେଇ ଖୁବ ଶୀଘ୍ର ସୂଚନା ଜାରି ହେବ।

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରାଯାଇଛି। ଏହି ମାମଲାର ବର୍ତ୍ତମାନ ସିବିଆଇ ତଦନ୍ତ କରିବ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ମେ ୩ ତାରିଖରେ ହୋଇଥିଲା ପରୀକ୍ଷା। ପରୀକ୍ଷା ଦେଇଥିଲେ ୨୨ ଲକ୍ଷ ୭୯ ହଜାର ପରୀକ୍ଷାର୍ଥୀ। ୧୨୦ଟି ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ଆସିଥିଲା। ୯୦ଟି ବାୟୋଲୋଜି ଓ ୩୦ଟି କେମିଷ୍ଟ୍ରି ପ୍ରଶ୍ନପତ୍ର ମେଳ ଖାଇଥିଲା।

ପରୀକ୍ଷା ହେବାର ୪ ଦିନ ପରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣିବାକୁ ପାଇଥିଲା ଏନଟିଏ। ଏହି ରାକେଟ ରାଜସ୍ଥାନ ଓ ଉତ୍ତରାଖଣ୍ଡରୁ ସୃଷ୍ଟି ହୋଇଥିବା ଜଣାପଡିଛି।

ତେଣୁ ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ନିଷ୍ପତ୍ତି ନିଆଗଲା ବୋଲି ଜଣାଇଲା NTA। ତେବେ ପରୀକ୍ଷା ବାତିଲ କରାଗଲେ ମଧ୍ୟ ସାନି ରେଜିଷ୍ଟ୍ରେସନ କିମ୍ବା ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ। ବର୍ତ୍ତମାନର ପରୀକ୍ଷା ପଦ୍ଧତି ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି।