ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା

ଭୁବନେଶ୍ୱର, ୧୫/୦୫: ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୩ ଟଙ୍କା, ଡିଜେଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ‌ CNG ଦରରେ ମଧ୍ୟ ୨ ଟଙ୍କା ବୃଦ୍ଧି ହୋଇଛି।

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାକୁ ବୃଦ୍ଧି କରାଯାଇଛି। ଡିଜେଲ ଲିଟର ପିଛା ୯୫ ଟଙ୍କା ୮୬ ପଇସାକୁ ବୃଦ୍ଧି ହୋଇଛି। ସ୍ପିଡ୍‌ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୬୪ ପଇସା ହୋଇଛି।

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୭.୭୭ ଟଙ୍କା ଥିବା ବେଳେ କୋଲକାତାରେ ୧୦୮.୭୪ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୬୮ ଓ ଚେନ୍ନାଇରେ ୧୦୩.୬୭ ଟଙ୍କା ରହିଛି।