ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ଅଦ୍ଭୁତପୂର୍ବ ସଫଳତା

ଶତକଡା ଶହେ ପିଲା ଉତ୍ତିର୍ଣ୍ଣ ହେଲେ

ଭୁବନେଶ୍ୱର, ୨୦/୦୫: ଦୀର୍ଘ ୧୮ବର୍ଷ ଧରି ହାଇଟେକ୍ ଯୁକ୍ତ ଦୁଇ ବିଜ୍ଞାନ ବାଣିଜ୍ୟ ମହାବିଦ୍ୟାଳୟ ଭୁବନେଶ୍ବର ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି I ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ସମସ୍ତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି, ଯେପରିକି ୯୭ ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ଉଭିର୍ଣ୍ଣ ହୋଇଥ‌ିବା ବେଳେ, ଦ୍ଵିତୀୟଶ୍ରେଣୀରେ ମାତ୍ର ୫ଜଣ ପିଲା ଉଭିର୍ଣ୍ଣ ହୋଇଛନ୍ତି I ଏହି ସଫଳତା ପାଇଁ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ସାହୁ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଧ୍ଯକ୍ଷଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି. ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଉତ୍ତରିୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଠାରେ କୁହାଯାଇପାରେକି ଦୀର୍ଘ ୧୮ବର୍ଷ ଧରି ଓଡିଶାରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ହାଇଟେକ୍ ଗ୍ରୁପର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ପ୍ରଥମରୁ ହିଁ ସଫଳତା ଅର୍ଜନ କରିବାରେ ଲାଗିଛି।