ଦିନରେ ପୁରୁଷ ରାତିରେ ନାରୀ

ସ୍ୱାମୀ ତାଙ୍କର ଦିନରେ ପୁରୁଷ ରାତିରେ ନାରୀ। କଥା କଥାକେ ତାଙ୍କୁ ଦେଉଥିଲେ ନିର୍ଯ୍ୟାତନା ଓ ଜୀବନରୁ ମାରିଦେବାର ଧମକ। ଶାଶୁ, ଶଶୁର ଓ ନଣନ୍ଦ ଯାହା ପାଖରେ ବି ଗୁହାରି କଲେ ମିଳୁଥିଲା ଅତ୍ୟାଚାର। ଶେଷରେ ସହିବାର ସବୁ ସୀମା ଟପିଗଲା ପରେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହେଲେ କିନ୍ତୁ ଥାନାରେ ନ୍ୟାୟ ବଦଳରେ ହେଲା ମୂଲଚାଲ। ୧ଲକ୍ଷ ନିଅ ଆଉ ଚୁପ ବସିଯାଅ ଆଉ ନିଜ ପିଲା ସହିତ ନିଜର ଭବିଷ୍ୟତ ଦେଖ ଏପରି କହିଥିଲେ ଥାନାବାବୁ।

ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ମୂଳିଶିଂ ଗ୍ରାମର ମହେନ୍ଦ୍ର ଖିଲାରଙ୍କ ପୁଅ ଚିରଞ୍ଜିତ ଖିଲାରଙ୍କ ସହିତ ସିମୁଳିଆ ଥାନା ଅମରିଆ ଅଗ୍ନିପୁର ଗ୍ରାମର ଜଣେ ଯୁବତୀଙ୍କ ସହିତ ୨୦୧୯ ମସିହା ମାର୍ଚ୍ଚ ୫ତାରିଖରେ ବୈଦିକ ରୀତିରେ ବାହାଘର ହୋଇଥିଲା। ବାହାଘର ବେଳେ ଚିରଞ୍ଜିତ ଜଣେ ଇଂଜିନିୟର ବୋଲି କହିଥିଲେ। କିନ୍ତୁ ଅସଲରେ ସେ ସୁରାଟରେ ରହି ସେକ୍ସ ରାକେଟ ଚଳାଇଥିଲେ। ବିବାହର କିଛି ଦିନ ପରେ ଏହି କଥା ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ। ବିରୋଧ କରିବାରୁ ତାଙ୍କୁ ମଧ୍ୟ ସୁରାଟ ନେଇଯାଇଥିଲେ ସ୍ୱାମୀ ଚିରଞ୍ଜିତ।