ନୂଆଦିଲ୍ଲୀ, ୨୭/୦୬: ଶନିବାର ସନ୍ଧ୍ୟାରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୪ ମିନିଟରେ ୨୧୫ କିଲୋମିଟର ଗଭୀରତାରେ ହୋଇଥିଲା। ପାକିସ୍ତାନ ଏବଂ ଉତ୍ତର-ପଶ୍ଚିମ ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏଥିରେ ମୃତାହତ କିମ୍ବା କ୍ଷୟକ୍ଷତିର ତୁରନ୍ତ କୌଣସି ରିପୋର୍ଟ ନାହିଁ।
ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପୂର୍ବ ଆଫଗାନିସ୍ତାନର କାଲାଫଗାନରୁ ପ୍ରାୟ ୮୧ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଭୂମିକମ୍ପ ଆଫଗାନିସ୍ତାନ, ପାକିସ୍ତାନ, ଭାରତ, ଚୀନ୍, ତାଜିକିସ୍ତାନ, ଉଜବେକିସ୍ତାନ, କିର୍ଗିଜସ୍ତାନ ଏବଂ ତୁର୍କମେନିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ପାକିସ୍ତାନର ଉତ୍ତର ସ୍ୱାତ ଜିଲ୍ଲାର ବାସିନ୍ଦାମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ, ଯଦିଓ ତୁରନ୍ତ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସ୍ୱାତରେ ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା ଏବଂ ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିଲା।