ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ନୂଆ ସ୍ଥଳସେନା ମୁଖ୍ୟ

ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେଲେ ଧୀରଜ ସେଠ୍‌

ନୂଆଦିଲ୍ଲୀ, ୩୦/୦୬: ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ଙ୍କୁ ନିଯୁକ୍ତି ଦିଆଯିବା ପରେ ସେ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ଗ୍ରହଣ କରିଛନ୍ତି। ଜୁନ୍ ୩୦, ୨୦୨୬ ରୁ ୨୦୨୮ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦାୟିତ୍ଵରେ ରହିବେ। ଧୀରଜ ସେଠ୍ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇ ସ୍ଥଳସେନାର ସମଗ୍ର ପ୍ରଶାସନିକ ଓ ପରିଚାଳନା ଦାୟିତ୍ୱ ନେବେ।

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଭାରତୀୟ ସେନାର ଜଣେ ଅଭିଜ୍ଞ ଅଧିକାରୀ। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ଏବଂ ସୀମାନ୍ତ ଓ କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ସେନାରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ କମାଣ୍ଡ ଏବଂ ଅପରେସନ୍ ପରିଚାଳନା କରିଛନ୍ତି। ତାଙ୍କ ନିଯୁକ୍ତି ସ୍ଥଳସେନାକୁ ଆଧୁନିକ ଓ ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।